ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୦୧ (ପ୍ରତିଶବ୍ଦ ) : ଫୁଲବାଣୀ ଟାଉନ ଥାନା ମାଦିକୁନ୍ଦା ଛକ ନିକଟ ଏକ ଭଡ଼ା ଘରୁ ଶୁକ୍ରବାର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଜବତ କରିଛି। ତାଙ୍କ ନାଁ ତେଜେଶ୍ୱନୀ ପାଢ଼ୀ। ତାଙ୍କ ଘର ବ୍ରହ୍ମପୁରର ଶ୍ରୀରାମ ନଗରରେ ବୋଲି ଜଣାପଡ଼ିଛି।

ଯୁବତୀଙ୍କ ମୃତଦେହ ତାଙ୍କ ଭଡ଼ା ଘରେ ଫ୍ୟାନରେ ଝୁଲି ରହିଥିବା ବେଳେ ତାଙ୍କ ମା’ ଓ ଭାଇଙ୍କ ଉପସ୍ଥିତିରେ ପୁଲିସ ଏହାକୁ ତଳକୁ ଓହ୍ଲାଇ ଥିଲା ଓ ଜବତ କରିଥିଲା। ଫୁଲବାଣୀ ଟାଉନ ଥାନା ପୁଲିସ୍ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି। କେଉଁ କାରଣରୁ ଯୁବତୀଙ୍କ ମୃତ୍ୟୁ ହୋଇଛି, ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ସହିତ ଆଉ କିଛି ଘଟିଛି, ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ। ସବୁ ଦିଗକୁ ବିଚାର କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି।

ତେଜେଶ୍ୱନୀ ପାଢ଼ୀ ଫୁଲବାଣୀର ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଅତିଥି ଅଧ୍ୟାପିକା ଥିଲେ। ନିକଟରେ ତାଙ୍କୁ ଏହି ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଥିଲା।

Leave a Reply