ମହଙ୍ଗା ହେବ ପେଟ୍ରୋଲ-ଡିଜେଲ-ଗ୍ୟାସ

ଭୁବନେଶ୍ୱର, ୦୧ (ପ୍ରତିଶବ୍ଦ ) : ଦେଶରେ ମହଙ୍ଗା ହେବ ତୈଳ ଓ ଏଲପିଜି ସିଲିଣ୍ଡର। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ୱ ଅଶୋଧିତ ତୈଳ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ସରକାର ତୈଳ ଓ ଏଲପିଜି ସିଲିଣ୍ତର ଦାମ ବୃଦ୍ଧି କରିବାକୁ ବିଚାର କରୁଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ସରକାରୀ ସୂତ୍ର ଅନୁସାରେ, ଦେଶରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦାମ ୪ରୁ ୫ ଟଙ୍କା ମହଙ୍ଗା ହେବ। ସେହିପରି ଘରୋଇ ଏଲପିଜି ସିଲିଣ୍ଡରର ଦାମ ୪୦ରୁ ୫୦ ଟଙ୍କା ବୃଦ୍ଧି ପାଇପାରେ। ୨୦୨୨ ପରଠାରୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି କରି ନାହାନ୍ତି।

ଫେବୃଆରୀ ୨୮ରୁ ଯୁଦ୍ଧ ଆରମ୍ଭ ହୋଇଥିଲେ ହେଁ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ସରକାର ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରଖିଥିଲେ। ଏପ୍ରିଲ ୨୯ରେ ନିର୍ବାଚନ ଶେଷ ହେବା ମାତ୍ରେ ଆଜି ଠାରୁ ବ୍ୟବସାୟିକ ଗ୍ୟାସ ଦାମ ସିଲିଣ୍ଡର ପିଛା ୯୯୩ ଟଙ୍କା ବଢ଼ିଥିଲା। ସେହିପରି ୫ କେଜିଆ ଏଲପିଜି ସିଲିଣ୍ଡର ମଧ୍ୟ ୨୬୧ ଟଙ୍କା ବଢ଼ିଛି। ତେଣୁ ସରକାର ଆଗକୁ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ାଇବେ ବୋଲି କୁହାଯାଇଛି।

ସେ କହିଥିଲେ, “ମୁଁ କହିଥିଲି- ନିର୍ବାଚନ ପରେ ମହଙ୍ଗା ମାଡ଼ର ଗରମ ଆସିବ। ଆଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ୯୯୩ ଟଙ୍କା ମହଙ୍ଗା ହୋଇଛି। ଏହା ଗୋଟିଏ ଦିନରେ ସବୁଠାରୁ ଅଧିକ। ଏହା ନିର୍ବାଚନ ବିଲ। ଫେବୃଆରୀରୁ ଇତି ମଧ୍ୟରେ ୧୩୮୦ ଟଙ୍କା ଦାମ ବଢ଼ିଲାଣି। ମାତ୍ର ୩ ମାସରେ ୮୧% ମହଙ୍ଗା।

ଚା’ ଦୋକାନୀ, ଢାବା, ହୋଟେଲ, ବେକରୀ ଓ ମିଠା ଦୋକାନ ଠାରୁ ସମସ୍ତଙ୍କୁ ଏହି ବର୍ଦ୍ଧିତ ଦର ପ୍ରଭାବିତ କରିବ। ପ୍ରଥମେ ଗ୍ୟାସ, ଆଗକୁ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିବ। ” ସରକାରୀ ସୂତ୍ରରେ କୁହାଯାଇଛି ଯେ ମଧ୍ୟପ୍ରାଚ୍ୟ ଯୁଦ୍ଧ ବିଶ୍ୱ ବଜାରକୁ ପ୍ରଭାବିତ କରିଛି। ତେଣୁ ଆସନ୍ତା ୫ରୁ ୭ ଦିନ ମଧ୍ୟରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦାମ ବୃଦ୍ଧି ପାଇବ।

Leave a Reply