-
-
ଆଜି ସକାଳୁ ସାରା ଦେଶରେ ତେଲ ଦର ହଠାତ୍ ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ୨.୬୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୨.୭୧ ଟଙ୍କା ମହଙ୍ଗା ହୋଇଛି । ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ₹୧୦୨.୧୨, ଜୟପୁରରେ ₹୧୧୨.୬ ଏବଂ ଓଡ଼ିଶାରେ ଏହା ₹୧୦୪ ପାର୍ କରିଛି । ସରକାରୀ ତୈଳ କମ୍ପାନୀଗୁଡ଼ିକ କୋଟି କୋଟି ଟଙ୍କାର ଲାଭ କରୁଥିବା ବେଳେ ଜନସାଧାରଣଙ୍କ ଉପରେ ଏଭଳି ମହଙ୍ଗା ମାଡ଼କୁ ନେଇ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ।
-
ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ବଡ଼ ବୃଦ୍ଧି
