ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ୮,୩୦୦.୭୯ କୋଟି ଟଙ୍କାର ଉପକୂଳ ମହାମାର୍ଗ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟି ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ୮,୩୦୦.୭୯ କୋଟି ଟଙ୍କାର ଉପକୂଳ ମହାମାର୍ଗ (Coastal Highway) ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି।

ଓଡ଼ିଶାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର କ୍ୟାବିନେଟ୍‌ କମିଟି (CCEA) ଦ୍ୱାରା ମଞ୍ଜୁର ହୋଇଥିବା ରାମେଶ୍ୱର-ପାରାଦୀପ ଉପକୂଳ ମହାମାର୍ଗ (Coastal Highway) ଏହି ବୃହତ ସବୁଜକ୍ଷେତ୍ର (Greenfield) ପ୍ରକଳ୍ପ ପାଇଁ ୮,୩୦୦.୭୯ କୋଟି ଟଙ୍କା ମଞ୍ଜୁର କରାଯାଇଛି।

  • ମୋଟ ଲମ୍ବ: ଏହି ହାଇୱେର ସମୁଦାୟ ଦୈର୍ଘ୍ୟ ୧୬୦.୧୮ କିଲୋମିଟର ଅଟେ।
  • ନିର୍ମାଣ ଶୈଳୀ: ଏହା ହାଇବ୍ରିଡ୍ ଆନୁଇଟି ମଡେଲ୍ (HAM) ଅଧୀନରେ ଦୁଇଟି ପ୍ୟାକେଜ୍‌ରେ ନିର୍ମାଣ କରାଯିବ।
  • ନିର୍ମାଣ ଅବଧି: ମୋଟ କଣ୍ଟ୍ରାକ୍ଟ ଅବଧି ୧୭.୫ ବର୍ଷ ରହିଛି, ଯେଉଁଥିରେ ୨.୫ ବର୍ଷ ନିର୍ମାଣ କାର୍ଯ୍ୟ ଏବଂ ୧୫ ବର୍ଷ ରକ୍ଷଣାବେକ୍ଷଣ ଅନ୍ତର୍ଭୁକ୍ତ।
  • ଗାଡ଼ିର ଗତି: ଏହି ଏକ୍ସପ୍ରେସୱେକୁ ଏଭଳି ଡିଜାଇନ୍ କରାଯାଇଛି ଯେଉଁଠି ଗାଡ଼ିଗୁଡ଼ିକ ଘଣ୍ଟା ପ୍ରତି ୧୦୦ କିମି ବେଗରେ ଯାଇପାରିବେ।
ଏହି କୋଷ୍ଟାଲ ହାଇୱେ ଓଡ଼ିଶାର ୪ଟି ପ୍ରମୁଖ ଉପକୂଳ ଜିଲ୍ଲା ଦେଇ ଗତି କରିବ
  1. ଖୋର୍ଦ୍ଧା
  2. ପୁରୀ
  3. କେନ୍ଦ୍ରାପଡ଼ା
  4. ଜଗତସିଂହପୁର 

ପ୍ୟାକେଜ୍  ରୁଟ୍ ବିବରଣୀ ସ୍ୱରୂପ ଲମ୍ବ (କିମି)
ପ୍ୟାକେଜ୍ – ୧ ରାମେଶ୍ୱରରୁ କୋଣାର୍କ ୪-ଲେନ୍ ବିଶିଷ୍ଟ ଆକ୍ସେସ୍-କଣ୍ଟ୍ରୋଲ୍ଡ ହାଇୱେ ୭୯.୪୦ କିମି
ପ୍ୟାକେଜ୍ – ୨ କୋଣାର୍କରୁ ପାରାଦୀପ ୨-ଲେନ୍ (ପେଭ୍‌ଡ ସୋଲ୍ଡର ସହିତ) ୮୦.୭୮ କିମି

(ଏହି ମହାମାର୍ଗଟି ଟାଙ୍ଗୀ, ବ୍ରହ୍ମଗିରି, ପୁରୀ, କୋଣାର୍କ, ଅସ୍ତରଙ୍ଗ ଏବଂ ନାଉଗାଁ ଦେଇ ପାରାଦୀପକୁ ସଂଯୋଗ କରିବ।) 
ପ୍ରକଳ୍ପର ମୁଖ୍ୟ ଲାଭ ଓ ଗୁରୁତ୍ୱ
  • ସମୟ ସଞ୍ଚୟ: ଏହି ହାଇୱେ ସମ୍ପୂର୍ଣ୍ଣ ହେବା ପରେ ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଣ୍ଟା ୩୦ ମିନିଟ୍ ହ୍ରାସ ପାଇବ 
  • ଯୋଗାଯୋଗ ବିକାଶ: ଏହା PM GatiShakti National Master Plan ନିୟମ ଅନୁଯାୟୀ ୯ଟି ଅର୍ଥନୈତିକ କେନ୍ଦ୍ର ଏବଂ ୫ଟି ଲଜିଷ୍ଟିକ୍ସ ହବ୍ (ଯେପରିକି ପୁରୀ ରେଳ ଷ୍ଟେସନ, ପ୍ରସ୍ତାବିତ ପୁରୀ ଏୟାରପୋର୍ଟ, ଅସ୍ତରଙ୍ଗ ବନ୍ଦର, ପାରାଦୀପ ବନ୍ଦର ଏବଂ ଜଗତସିଂହପୁରର ମଲ୍ଟି-ମୋଡାଲ ଲଜିଷ୍ଟିକ୍ସ ପାର୍କ) କୁ ସିଧାସଳଖ ଯୋଡ଼ିବ। 
  • ଜୀବିକା ଓ ନିଯୁକ୍ତି: ଏହି ନିର୍ମାଣ କାର୍ଯ୍ୟ ଦ୍ୱାରା ପ୍ରାୟ ୫୩.୬୧ ଲକ୍ଷ ପ୍ରତ୍ୟକ୍ଷ ମାନବ-ଦିବସ (Direct Man-days) ଏବଂ ୬୭.୦୧ ଲକ୍ଷ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। 
  • ବାଣିଜ୍ୟିକ ଓ ପର୍ଯ୍ୟଟନ ବିକାଶ: ଚେନ୍ନାଇ-କୋଲକାତା NH-16 ଉପରେ ଟ୍ରାଫିକ ଚାପ କମିବ। ଏହା ସହିତ ଭୁବନେଶ୍ୱର ଓ ଖୋର୍ଦ୍ଧାର SEZ, ଭୁବନେଶ୍ୱରର ମେଗା ଫୁଡ୍ ପାର୍କ, ପାରାଦୀପ-କୋଣାର୍କର ମତ୍ସ୍ୟ ବିକାଶ କେନ୍ଦ୍ର ଏବଂ କଟକର ଫାର୍ମା କ୍ଲଷ୍ଟରକୁ ବଡ଼ ଫାଇଦା ମିଳିବ।