ଅନୁଗୋଳ (ପ୍ରତିଶବ୍ଦ ) – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ନଅଗାଁ ପଞ୍ଚାୟତ ନଅଗାଁ ଗ୍ରାମ କୁ ମନଜୋର ଜଳ ସେଚନ ଯୋଜନା ରୁ ଚାଷ ନିମନ୍ତେ ଜଳ ଯୋଗେଇ ଦେବାକୁ ଦାବୀ କରି ଗ୍ରାମବାସୀ ଙ୍କ ତରଫରୁ ଚାଷ ଜମି କୁ ଜଳ ଯୋଗେଇ ଦେବାକୁ ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତି ରଞ୍ଜନ ବାଗ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l
https://youtu.be/izp8Hhagkwk?si=-yq7zH0G_RbJbEsb
ଲିଖିତ ଦାବିପତ୍ର ରେ ଦାବୀ ଅନୁଯାଇ ଗତ ୩ ବର୍ଷ ହେଲା ମନଜୋର ଜଳ ସେଚନ ବିଭାଗ ତରଫରୁ ଜଳ ଯୋଗେଇ ଦେବା ଉଦେଶ୍ୟରେ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ଙ୍କୁ ଜଣେଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସୁଫଳ ମିଳି ନାହିଁ l ଚଳିତ ବର୍ଷ ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ଗ୍ରାମ ନିକଟସ୍ଥ ନାଳ ପୋଖରୀ ସବୁ ଶୁଖି ଯାଇଥିବାରୁ ଗାଇ ବଳଦ ଛେଳି ଗୃହ ପାଳିତ ପଶୁ ଙ୍କ ଠୁ ଧରି ଗ୍ରାମ ବାସୀ ପାଣି ଅଭାବ ରେ ଜଳ କଷ୍ଟ ଭୋଗୁ ଛନ୍ତି l ଏହାକୁ ଦୃଷ୍ଟି ରେ ରଖି ମନଜୋର ଜଳ ସେଚନ ବିଭାଗ ଅତି ଶୀଘ୍ର ନଅଗାଁ ଗ୍ରାମ ର ଚାଷ ଜମି କୁ ପାଣି ଯୋଗେଇ ଦେବାକୁ ଦାବୀ କରା ଯାଇଛି l
ଦାବିପତ୍ର ର ଏକକିତା ନକଲ ସ୍ଥାନୀୟ ସାଂସଦ, ଜିଲ୍ଲାପାଳ ଙ୍କ ଉଦେଶ୍ୟରେ ଦିଆ ଯାଇଛି l ଦାବିପତ୍ର ଦେବା ସମୟ ରେ କୃଷକ ସଂକୀର୍ତନ ମେଣ୍ଡୁଳି, ସୁରେଶଚନ୍ଦ୍ର ଦାଶ, କାଳିଆ ସ୍ୱାଇଁ, ବିନୟ ପାତ୍ର,ଭାସ୍କର ଅମାନ୍ତ ପ୍ରମୁଖ ଉପସ୍ଥିତ ଥିଲେ l
ରିପୋର୍ଟ -ଶ୍ୟାମ ପ୍ରସାଦ ଜ୍ୟୋତିଶ୍ରୟ
