ଏଣିକି ଗାଁରେ ମିଳିବ ‘ତହସିଲ ସେବା’

ଭୁବନେଶ୍ୱର ,୧୯/୫ : ଏଣିକି ବିଭିନ୍ନ ରାଜସ୍ୱ ସେବା ପାଇଁ ଲୋକଙ୍କୁ ଆଉ ତହସିଲ୍ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ, ବରଂ ନିଜ ଗାଁରେ ହିଁ ସମସ୍ତ ସୁବିଧା ମିଳିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏକ ଅଭିନବ କାର୍ଯ୍ୟକ୍ରମ ‘ଆମ ଗାଆଁରେ ଆମ ତହସିଲ୍‌’।ଏଣିକି ବିଭିନ୍ନ ରାଜସ୍ୱ ସେବା ପାଇଁ ଲୋକଙ୍କୁ ଆଉ ତହସିଲ୍ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ, ବରଂ ନିଜ ଗାଁରେ ହିଁ ସମସ୍ତ ସୁବିଧା ମିଳିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏକ ଅଭିନବ କାର୍ଯ୍ୟକ୍ରମ ‘ଆମ ଗାଆଁରେ ଆମ ତହସିଲ୍‌’। ଏହି ନୂଆ କାର୍ଯ୍ୟକ୍ରମ ମାଧ୍ୟମରେ ପଂଚାୟତସ୍ତରରେ ତହସିଲ ପକ୍ଷରୁ ‘କ୍ୟାମ୍ପ କୋର୍ଟ’ ଖୋଲାଯାଇ ଗାଁ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ କରାଯିବ। ବରିଷ୍ଠ ଅଫିସରମାନେ ନିଜେ ଗାଁରେ ପହଂଚି ଲୋକଙ୍କ ସମସ୍ୟାର ସମାଧାନ କରିବେ।

ଏହି ନୂଆ କାର୍ଯ୍ୟକ୍ରମ ମାଧ୍ୟମରେ ପଂଚାୟତ ସ୍ତରରେ ତହସିଲ୍ ପକ୍ଷରୁ ‘କ୍ୟାମ୍ପ୍ କୋର୍ଟ୍‌’ମାନ ଆୟୋଜନ କରାଯିବ। ଏହି କ୍ୟାମ୍ପ୍ ଜରିଆରେ ତହସିଲ୍ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ନିଜେ ଗାଁରେ ପହଂଚି ଲୋକମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବେ। ଏଥିରେ ଜମି ପଟ୍ଟା ସଂଶୋଧନ, ଜମି ମାପ ବା ଡିମାର୍କେସନ୍ ଭଳି ଜରୁରୀ ରାଜସ୍ୱ ସେବା ସହିତ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ତ୍ୱରିତ ଶୁଣାଣି କରି ସମାଧାନ ପ୍ରଦାନ କରାଯିବ।

ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସହରାଂଚଳରେ ଥିବା ଚାଷ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାକୁ ଅଧିକ ସରଳ କରିବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ବିସ୍ଥାପିତ ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଭିନ୍ନ ରାଜ୍ୟର ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଇ ଖୁବଶୀଘ୍ର ଏକ ନୂତନ ପୁନର୍ବାସ ଓ ଥଇଥାନ ଆଇନର ରୂପରେଖ ପ୍ରସ୍ତୁତ କରାଯିବ। ଓଡ଼ିଶା ରାଇଟ୍ ଟୁ ପବ୍ଲିକ୍ ସର୍ଭିସେସ୍ ଆକ୍ଟ ଆଧାରରେ ବିଗତ ଦୁଇ ବର୍ଷ ମଧ୍ୟରେ ୨.୫ କୋଟିରୁ ଉର୍ଦ୍ଧ୍ୱ ରାଜସ୍ୱ ସେବା ସଫଳତାର ସହ ଯୋଗାଇ ଦିଆଯାଇଛି ବୋଲି ବୈଠକରୁ ଜଣାପଡ଼ିଛି।

ଏହି ଉଚ୍ଚସ୍ତରୀୟ ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡଃ ଅରବିନ୍ଦ ପାଢ଼ୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।