ଆଉ ନାହାନ୍ତି CNNର ପ୍ରତିଷ୍ଠାତା

ନୂଆଦିଲ୍ଲୀ : ସିଏନଏନ ଭଳି ଅନ୍ତର୍ଜାତୀୟ ନ୍ୟୁଜ ନେଟୱର୍କର ପ୍ରତିଷ୍ଠାତା ତଥା ମିଡିଆ ଉଦ୍ୟୋଗୀ ଟେଡ ଟର୍ଣ୍ଣର ଆଉ ନାହାନ୍ତି। ୨୪ ଘଣ୍ଟିଆ ଟିଭି ନ୍ୟୁଜ ମଡେଲର ଭିଷ୍ଣ ପିତାମହ ଭାବେ ପରିଚିତ ଟର୍ଣ୍ଣର ୮୭ ବର୍ଷ ବୟସରେ ଆଜି ଆଖି ବୁଜିଥିବା ଟର୍ଣ୍ଣର ଏଣ୍ଟରପ୍ରାଇଜେସ ପକ୍ଷରୁ କୁହାଯାଇଛି।

ଟର୍ଣ୍ଣରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସିଏନଏନ ନ୍ୟୁଜ କେମିତି ତିଆରି କରାଯାଏ ଓ ଲୋକଙ୍କ ପାଖରେ ପହଞ୍ଚାଏ ଯାଏ, ସେକଥା ସମସ୍ତଙ୍କୁ ଜଣାଇଥିଲା। ଟେଡ ଟର୍ଣ୍ଣର ପ୍ରଥମଥର ଏମିତି ଏକ ଫର୍ମାଟ ତିଆରି କରିଥିଲେ ଯାହା ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରୁ ନିରବଚ୍ଛିନ୍ନ ଭାବେ ଲୋକଙ୍କ ଘରେ ପହଞ୍ଚାଇଥିଲା। ପ୍ରଥମେ ସିଧାପ୍ରସାରଣ ଅତ୍ୟନ୍ତ ରିସ୍କ ଚିନ୍ତାଧାରା ଥିବା ବେଳେ ପରବର୍ତ୍ତୀ ସମୟରେ ଆଧୁନିକ ମିଡିଆର ସବୁଠାରୁ ସହଜ ଅସ୍ତ୍ର ପାଲଟି ଯାଇଛି।

ନିଜର କହିବା ଶୈଳୀ ପାଇଁ ପରିଚିତ ଟର୍ଣ୍ଣର ଏମିତି ଏକ ମିଡିଆ ସାମ୍ରାଜ୍ୟ ତିଆରି କରିଛନ୍ତି, ଯାହା ନ୍ୟୁଜ ବାହାରେ ମଧ୍ୟ କାର୍ଯ୍ୟ କରୁଛି। ତାଙ୍କ ମିଡିଆ ସାମ୍ରାଜ୍ୟରେ ମନୋରଞ୍ଜନ ଚ୍ୟାନେଲ ଓ କାର୍ଟୁନ ରହିଛି। ଆଟଲାଣ୍ଟା ବ୍ରେଭସ ଭଳି ସ୍ପୋର୍ଟସ ପ୍ରାଞ୍ଚାଇଜର ମାଲିକ ମଧ୍ୟ ଟର୍ଣ୍ଣର ରହିଥିଲେ।

ଟର୍ଣ୍ଣର ନିଜର ମିଡିଆ ଅଧିକାରୀକୁ ଟାଇମ ୱାର୍ଣ୍ଣରକୁ ବିକ୍ରି କରି ଦେଇଥିଲେ ଓ ଦୈନନ୍ଦିନ ଅପରେସନରୁ ଦୂରେଇ ଯାଇଥିଲେ। କିନ୍ତୁ ସେ ସବୁବେଳେ ସିଏନଏନକୁ ନିଜ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ଭାବେ ଚିତ୍ରଣ କରି ଆସୁଥିଲେ। ୫ ପିଲା, ୧୪ ନାତି ଓ ୨ ଅଣ ନାତିଙ୍କୁ ନେଇ ଟର୍ଣ୍ଣର ରହୁଥିଲେ। ଏବେ ତାଙ୍କ ଦେହାନ୍ତ ଯୋଗୁ ଗୋଟିଏ ଯୁଗର ଅବସାନ ହୋଇଥିବା ସମସ୍ତେ କହୁଛନ୍ତି। ତାଙ୍କ ବିୟୋଗରେ ଅନେକ ଲୋକ ଶୋକ ପ୍ରକାଶ ମଧ୍ୟ କରିଛନ୍ତି।

Leave a Reply