ପୁଡୁଚେରୀରେ ରଙ୍ଗାସାମୀ ହେବେ ପୁଣି ମୁଖ୍ୟମନ୍ତ୍ରୀ 

ପୁଡୁଚେରୀ : କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀରୁ ପୁନର୍ବାର କ୍ଷମତା ଅପରିବର୍ତ୍ତିତ ରଖିଛି ଏନ୍‌ଆରସି ନେତୃତ୍ବାଧୀନ ଏନଡିଏ ମେଣ୍ଟ। ଏଠାରେ ମୁଖ୍ୟମନ୍ତ୍ରୀ ଏନ.ରଙ୍ଗାସାମୀ ଲଗାତାର ଦ୍ବିତୀୟ ଥର ଲାଗି କ୍ଷମତାକୁ ଫେରିଛନ୍ତି। ବିଧାନସଭାର ୩୦ ଆସନ ମଧ୍ୟରୁ ୧୮ଟି ଆସନ ମିଳିଥିବାବେଳେ ଡିଏମକେ-କଂଗ୍ରେସ ମେଣ୍ଟକୁ ୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି। ଗତଥର ଏନଡିଏକୁ ୧୬ ଆସନ ମିଳିଥିବାବେଳେ ଏଥର ମେଣ୍ଟ ଅଧିକ ଦୁଇଟି ଆସନ ଜିତିଛି। ମୁଖ୍ୟ ଦଳ ଏଆଇ ଏନଆରସି ପୂର୍ବଥର ଅପେକ୍ଷା ୨ଟି ଆସନ ଅଧିକ ପାଇ ମୋଟ ସଂଖ୍ୟା ୧୨କୁ ବୃଦ୍ଧି କରିଛି। ସେହିଭଳି ବିଜେପି ଏଥର ୨ଟି ଆସନ କ୍ଷତି ସହି ୪ଟିରେ ସୀମୀତ ରହିଛି।
ଏଲଜେକେ ଓ ଏଆଇଏଡିଏମ୍‌କେ ଗୋଟିଏ ଗୋଟିଏ ଆସନ ଜିତିଛନ୍ତି। ସେହିଭଳି ବିରୋଧୀ ଡିମେକେ ମେଣ୍ଟକୁ ଗତଥର ୮ଟି ଆସନ ପାଇଥିଲେ ହେଁ ଏଥର ଦୁଇଟି ଆସନ ହରାଇଛି। ଡିଏମକେ ଏକାକୀ ୫ଟି ଓ କଂଗ୍ରେସ ଗୋଟିଏ ଆସନରେ ଜିତିବାକୁ ସକ୍ଷମ ହୋଇଛନ୍ତି। ଉଭୟଙ୍କୁ ଗୋଟିଏ ଗୋଟିଏ ଆସନ ପୂର୍ବାପେକ୍ଷା କ୍ଷତି ସହିବାକୁ ପଡିଛି। ପୁଡିଚେରୀରେ ପୁଣିଥରେ କେନ୍ଦ୍ର-ରାଜ୍ୟର ଡବଲ ଇଞ୍ଜିନ୍‌ ସରକାରଙ୍କୁ ଜନତା ଆପଣାଇଛନ୍ତି।

Leave a Reply