ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS) ପରୀକ୍ଷାରେ ଭୁବନ ସାହୁ ଏବଂ ମନୋହର ପ୍ରଧାନଙ୍କ ସଫଳତା

ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS) ପରୀକ୍ଷା ଫଳାଫଳ ନିକଟରେ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ରାଜ୍ୟର ଅନେକ ମେଧାବୀ ଛାତ୍ରଛାତ୍ରୀ ସଫଳତା ପାଇଥିବା ବେଳେ ଭୁବନ ସାହୁ ଏବଂ ମନୋହର ପ୍ରଧାନଙ୍କ ସଂଘର୍ଷପୂର୍ଣ୍ଣ ସଫଳତା କାହାଣୀ ଏବେ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ସାଜିଛି। 
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ତୋଳନକାପଡ଼ା ଗ୍ରାମର ଭୁବନ ସାହୁ ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷାରେ ପ୍ରଥମ ସ୍ଥାନ (Rank 1) ହାସଲ କରିଛନ୍ତିଭୁବନ ଏକ ଅତି ସାଧାରଣ ଚାଷୀ ପରିବାରରୁ ଆସିଛନ୍ତି । ତାଙ୍କ ବାପା ଭଗବାନ ସାହୁ ଜଣେ କୃଷକ ଏବଂ ମାଆ କୁଞ୍ଜଲତା ସାହୁ ଜଣେ ଗୃହିଣୀ।  ଏହା ତାଙ୍କର ଦ୍ୱିତୀୟ ପ୍ରୟାସ ଥିଲା । ପୂର୍ବ ବର୍ଷ ପରୀକ୍ଷାରେ ସେ ଓଡ଼ିଶା ପୋଲିସ ସେବା (OPS) ପାଇଁ ମନୋନୀତ ହୋଇ ଚଳିତ ବର୍ଷ ମାର୍ଚ୍ଚ ମାସରୁ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ (BPSPA) ରେ ଡିଏସପି (DSP) ଭାବେ ତାଲିମ ନେଉଥିଲେ । ଭୁବନଙ୍କର ଏହି ଅସାଧାରଣ କୃତିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଛନ୍ତି। ଜଣେ ଦକ୍ଷ ପ୍ରଶାସକ ହେବା ସହ ସମାଜର ପଛୁଆ ବର୍ଗ ଓ ମହିଳାମାନଙ୍କ ବିକାଶ ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ଏକ ଗରିବ ପରିବାରରୁ ଆସି ମନୋହର ପ୍ରଧାନ OCS ପରୀକ୍ଷାରେ ୧୩୧ତମ ର‍୍ୟାଙ୍କ ହାସଲ କରିଛନ୍ତି। ତାଙ୍କର ସଫଳତା ସମସ୍ତ ବାଧାବିଘ୍ନକୁ ପରାଜିତ କରିବାର ଜ୍ୱଳନ୍ତ ଉଦାହରଣ । ମନୋହରଙ୍କ ବାପା ମଙ୍ଗଲ ପ୍ରଧାନ ଜଣେ ବେଲୁନ ବିକାଳି ଏବଂ ମନୋହର ନିଜେ ପୂର୍ବରୁ ଅଣକୁଶଳୀ ଶ୍ରମିକ (Unskilled worker) ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ୨୦୧୦ ରୁ ୨୦୧୩ ପର୍ଯ୍ୟନ୍ତ ଗୁଜରାଟର ଅଙ୍କଲେଶ୍ୱରରେ ପୋଲିସ କନଷ୍ଟେବଳ ଭାବେ ଚାକିରି କରିଥିଲେକନଷ୍ଟେବଳ ଥିବା ସମୟରେ ସେ ଡିଷ୍ଟାନ୍ସ ମୋଡ୍‌ରେ ପଲିଟିକାଲ ସାଇନ୍ସରେ ଗ୍ରାଜୁଏସନ ଶେଷ କରିଥିଲେ। ୨୦୨୨ରେ ରାଉରକେଲା କମ୍ୟୁନିକେସନ ଅଫିସକୁ ବଦଳି ହେବା ପରେ ସେ ସିଭିଲ ସର୍ଭିସ ପାଇଁ ଅଧିକ ଧ୍ୟାନ ଦେଇଥିଲେ। ୨୦୨୨ରେ ପ୍ରଥମ ପ୍ରୟାସରେ ସେ ପ୍ରିଲିମ୍ସ କ୍ଲିୟର କରିପାରିନଥିଲେ। ୨୦୨୩ରେ ସେ ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ଯାଇ ମାତ୍ର ୪ ମାର୍କ ପାଇଁ ରହିଯାଇଥିଲେ । ଶେଷରେ ୨୦୨୪ (ଚଳିତ ଫଳାଫଳ) ରେ ନିଜର ତୃତୀୟ ପ୍ରୟାସରେ ସେ ୧୩୧ତମ ସ୍ଥାନ ହାସଲ କରିଛନ୍ତି ମନୋହର କହିଛନ୍ତି ଯେ ସେ ପ୍ରତିଦିନ ଭୋର ୪ଟାରୁ ୬ଟା ଏବଂ ସନ୍ଧ୍ୟା ୭ଟାରୁ ୧୦ଟା ପର୍ଯ୍ୟନ୍ତ କଠିନ ପରିଶ୍ରମ କରୁଥିଲେ, ଯେଉଁଥିରେ ତାଙ୍କ ପତ୍ନୀ (ଜଣେ ସରକାରୀ ପ୍ରାଥମିକ ସ୍କୁଲ ଶିକ୍ଷୟିତ୍ରୀ) ଏବଂ ବାପା-ମାଆ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି।

ଚଳିତ OCS ପରୀକ୍ଷାରେ ମୋଟ ୨୦୦ ଜଣ ପ୍ରାର୍ଥୀ ସଫଳ ହୋଇଛନ୍ତି, ଯେଉଁଥିରେ ୭୮ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ଶୋଭନା ମହନ୍ତି (Sobhana Mohanty) ଦ୍ୱିତୀୟ ଏବଂ ଜିତାମିତ୍ର ସାହୁ (Jitamitra Sahu) ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଓପିଏସସି (OPSC) ଇତିହାସରେ ପ୍ରଥମ ଥର ପାଇଁ ବିଜ୍ଞପ୍ତି ପ୍ରକାଶ ଠାରୁ ଆରମ୍ଭ କରି ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟା ମାତ୍ର ୧୭ ମାସ ମଧ୍ୟରେ ଶେଷ ହୋଇଛି |