ଚେନ୍ନାଇ: ଆଇପିଏଲ୍ ୨୦୨୬ରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ର Injured ଚିନ୍ତା କମିବାର ନାଁ ନେଉନାହିଁ। ଦଳର ଯୁବ ଅଲରାଉଣ୍ଡର ରାମକୃଷ୍ଣ ଘୋଷ ଯିଏ ପୂର୍ବ ମ୍ୟାଚରେ ବହୁତ ଭଲ ପ୍ରଦର୍ଶନ କରିଥିଲେ ଆହତ ଯୋଗୁ ଚଳିତ ଆଇପିଏଲ୍ ସିଜନରୁ ବାଦ୍ ପଡ଼ିଛନ୍ତି। ନିଜର ଡେବ୍ୟୁ ମ୍ୟାଚରେ ହିଁ ସେ ଏହି ଭୟଙ୍କର ଆହତର ଶିକାର ହୋଇଛନ୍ତି। ଗତ ମଇ ୨ ତାରିଖରେ ଚେପକରେ ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ଖେଳାଯାଉଥିବା ମ୍ୟାଚରେ ଏହି ଅଘଟଣ ଘଟିଥିଲା ନିଜର ପ୍ରଥମ ଆଇପିଏଲ୍ ମ୍ୟାଚ୍ ଖେଳୁଥିବା ରାମକୃଷ୍ଣ, ନମନ ଧୀରଙ୍କୁ ବୋଲିଂ କରିବା ସମୟରେ ପଡ଼ିଯାଇଥିଲେ। ଏଥିରେ ତାଙ୍କ ଡାହାଣ ପାଦରେ ଫ୍ରାକ୍ଚର ହୋଇଥିବା ଜଣାପଡ଼ିଛି। ଆହତ ହେବା ପୂର୍ବରୁ ସେ ୱିଲ୍ ଜ୍ୟାକ୍ସଙ୍କର ଏକ ଚମତ୍କାର କ୍ୟାଚ୍ ଧରି ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ।
CSK ର ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ୍ ଏହି ଖବରରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି “ରାମକୃଷ୍ଣଙ୍କ ପ୍ରଦର୍ଶନରେ ଗତ କିଛି ସପ୍ତାହ ମଧ୍ୟରେ ବହୁତ ସୁଧାର ଆସିଥିଲା। ସେ ଜଣେ Perfect ଅଲରାଉଣ୍ଡର ଭାବେ ଉଭା ହେଉଥିଲେ। ସେ କେବଳ ବୋଲିଂ ନୁହେଁ, ବରଂ ବ୍ୟାଟିଂ ମଧ୍ୟ ଚମତ୍କାର କରୁଥିଲେ। ତାଙ୍କ ଭଳି ଜଣେ ଖେଳାଳି ଏହି ସମୟରେ ଦଳରୁ ବାଦ୍ ପଡ଼ିବା ଦୁର୍ଭାଗ୍ୟଜନକ।”
ରାମକୃଷ୍ଣ ଘୋଷଙ୍କ ଅନୁପସ୍ଥିତି ଦଳର ସନ୍ତୁଳନ ଉପରେ ପ୍ରଭାବ ପକାଇବ। ବିଶେଷ କରି ସେପେନ୍ସର ଜନସନ ମଧ୍ୟ ନିକଟରେ ଆହତରୁ ଫେରିଥିବାରୁ, CSK ର ବୋଲିଂ ବିଭାଗ ଏବେ ସମ୍ପୂର୍ଣ୍ଣ ଭାବେ ଚାପରେ ରହିଛି।.
