
*ତିର୍ତ୍ତୋଲ ମାଟିର ଏକ ଅନନ୍ୟ ସମାଜସେବୀ ତଥା ବିକାଶର ପୁରୋଧା*
ଭୁବନେଶ୍ବର,୧୨/୦୭: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ମୁଦୁପୁର ପଂଚାୟତ ଚାନ୍ଦପୁର ଗ୍ରାମର ପୂର୍ବତନ ସରପଂଚ ତଥା ବ୍ଲକ୍ ଉପାଧ୍ୟକ୍ଷ *ସ୍ବର୍ଗତ ମୁରଲୀଧର ରଥଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ* ଆସନ୍ତା ଜୁଲାଇ ୧୭ ତାରିଖ ରବିବାର ଦିନ ସ୍ବର୍ଗତ ରଥଙ୍କ ଜନ୍ମମାଟି ଶ୍ରୀରାମ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହେବ ଏବଂ ଏଥି ସହ ସ୍ବର୍ଗତ ରଥଙ୍କ ପୁସ୍ତକ ଉନ୍ମୋଚନ ହେବା ସହ ପ୍ରତିମୂର୍ତ୍ତି ଅନାବରଣ କରାଯିବ ା
ଏହି ଅବସରରେ *ଉଦ୍ଘାଟକ ଭାବେ ପ୍ରାକ୍ତନ ନ୍ୟାୟାଧୀଶ ନ୍ୟାୟମୂର୍ତ୍ତି ବିମଳ ପ୍ରସାଦ ଦାସ, ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ସନ୍ତୋଷ ତ୍ରିପାଠୀ,ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ରବିନ୍ଦ୍ରନାଥ ମହାନ୍ତି, ବିଶିଷ୍ଟ ସମାଜସେବୀ ଓ ସାହିତ୍ୟିକ ଡ. ଗୋବିନ୍ଦ ଭୂୟାଁ,ମୂରଲୀଧର ରଥ ଦାତବ୍ୟ ସେବା ପରିଷଦ ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ, ମୂରଲୀଧର ରଥ ଦାତବ୍ୟ ସେବା ପରିଷଦ ସମ୍ପାଦକ ବୀରନାରାୟଣ ପାତ୍ର* ପ୍ରମୁଖ ଯୋଗ ଦେବେ।

ଜଣେ ସଫଳ ବ୍ୟବସାୟୀ ଭାବରେ କ୍ୟାରିୟର ଆରମ୍ଭ କରିଥିବା ସ୍ବର୍ଗତ ରଥ ପଟିଲୋ ପଂଚାୟତରୁ ଲଗାତାର ୪ଥର ସରପଂଚ ଏବଂ ତିର୍ତ୍ତୋଲ ବ୍ଲକ୍ର ଉପାଧ୍ୟକ୍ଷ ସହ କଟକ ଜିଲ୍ଲା ସରପଞ୍ଚ ମହାସଂଘର ସଭାପତି ରହିବା ସହ ଦୀର୍ଘ ଦିନ ଧରି ରାଜନୀତି ଓ ସମାଜସେବା କରି ସମଗ୍ର ଜିଲ୍ଲାରେ ତାଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ା ଚାନ୍ଦପୁର ଗ୍ରାମରେ ପୋଷ୍ଟ ଅଫିସ୍, ପଶୁ ଚିକିତ୍ସାଳୟ, ପୋଲିସ ଫାଣ୍ଡି, ଅଙ୍ଗନବାଡ଼ି କେନ୍ଦ୍ର, ଗ୍ରାମ୍ୟ ଶ୍ମଶାନର ଉନ୍ନତିକରଣ, ଅତିଥି ଭବନ ଏବଂ ଏକ ରାଷ୍ଟ୍ରାୟତ ବ୍ୟାଙ୍କର ଶାଖା ପ୍ରତିଷ୍ଠା କରିବାରେ ସ୍ବର୍ଗତ ରଥ ଉଲ୍ଲେଖନୀୟ ଅବଦାନ ରଖିଥିଲେ।

ଜଣେ ଆଧ୍ୟାତ୍ମିକବାଦୀ ଭାବେ ସ୍ବର୍ଗତ ରଥ ଚାନ୍ଦପୁର ଗ୍ରାମରେ ଶ୍ରୀରାମ ମନ୍ଦିର ସଂଲଗ୍ନ ଏକ ବିଶାଳ ‘ଯଜ୍ଞ ମଣ୍ଡପ’ ସ୍ଥାପନ,ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଚନ୍ଦ୍ରଶେଖରଙ୍କ ପୁରାତନ ମନ୍ଦିରର ସଂସ୍କାର ଏବଂ ଏକ ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ସହ ମସଜିଦ୍ ଗୁଡ଼ିକର ଉନ୍ନତିକରଣ ପାଇଁ ମଧ୍ୟ ସହଯୋଗ କରିଥିଲେ।


ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏକ ଘରୋଇ ହୋଟେଲଠାରେ ଏହି ସାମ୍ବାଦିକ ସମ୍ମିଳନୀରେ *ସ୍ବର୍ଗତ ମୁରଲିଧର ସ୍ମୃତି କମିଟି ସଂଯୋଜକ ପ୍ରମୋଦ ସାମନ୍ତରାୟ,ସ୍ବର୍ଗତ ରଥଙ୍କ ପୁଅ ଶରତ କୁମାର ରଥ, ଜୀବନୀ ଲେଖକ ଜ୍ଞାନ ରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ* ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
