ଭବାନୀପାଟଣା : କଳାହାଣ୍ଡି ଜିଲା ଲାଞ୍ଜିଗଡରେ ସଶସ୍ତ୍ର ଡକାୟତି। ଗତକାଲି ରାତିରେ ସ୍ଥାନୀୟ ବ୍ୟବସାୟୀ ତଥା ସାମ୍ବାଦିକ ଆନନ୍ଦ ଅଗ୍ରୱାଲ ଙ୍କ ଘରେ ପଶି ପରିବାର ଲୋକଙ୍କୁ ଛୁରୀ / ବନ୍ଧୁକ ଦେଖାଇ କିଛି ଦୁର୍ବୃତ୍ତପ୍ରାୟ ୮ ଲକ୍ଷ ଟଙ୍କା, ୧୫ ଭରି ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ ନେଇଥିବା ଅଭିଯୋଗ ହେଇଛି। ସେମାନେ ସ୍ଥାନୀୟ ଭାଷାରେ କଥାବାର୍ତ୍ତା କରୁଥିବା ଜଣାପଡ଼ିଛି।
ଆନନ୍ଦ ଅଗ୍ରଓ୍ବାଲ ବେଦାନ୍ତ ଟାଉନସିପ ର ଡିଏଭି ସ୍କୁଲ୍ ପଟେ ରୁହନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଏତେ କଡ଼ା ସୁରକ୍ଷା ମଧ୍ୟରେ କିଭଳି ସୁରକ୍ଷାକର୍ମୀ ଡକାୟତି ହୋଇଥିବା ହୋଇଥିବା ନେଇ ଟେର୍ ପାଇନଥିଲେ। ଆଜି ସକାଳେ ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।
